କୋରୋନା ଦେଲା କଷଣ, ହାତରୁ ଛଡାଇନେଲା କଲମ - BHUBANESWAR
ଭୁବନେଶ୍ବର: ଭବିଷ୍ୟତ ବାଟ ଓଗାଳିଲା କୋରୋନା ଓ ଲକଡାଉନ । ହାତରେ କଲମ ଧରିବା ବୟସରେ ଧରିଛନ୍ତି ଓଲଡିଂ ମେସିନ । ଲକଡାଉନ ସମୟରେ ବଦଳି ଗଲା ଜୀବନର ମୋଡ଼ । ଭବିଷ୍ୟତର ସ୍ବପ୍ନକୁ ଜାବୁଡି ଧରି ଆଗକୁ କେମିତି ଜୀବନ ନେଇ ବଞ୍ଚିବେ, ସେଥିପାଇଁ ଓଲଡିଂ ଦୋକାନରେ କାମ କରି ଉଦାହରଣ ପାଲଟିଛନ୍ତି 3 ଯୁବତୀ । କଲମ ଧରା ହାତରେ ଓଲଡିଂ ମେସିନ ଆଉ ଲୁହାର ହାତୁଡି । ଖାଲି ପୁଅ ମାନେ ସବୁ କାମ କରିପାରିବେ ତାହା ନୁହେଁ ପୁଅଙ୍କ ଭଳି ଆକାଶରେ ଉଡିବା, ପାଣିରେ ବୁଡିବା ସହ ଏମିତି ଆଉ ଏକ କାମ କରି ଦେଖାଇଛନ୍ତି ଏହି ତିନି ଯୁବତୀ । ହେଲେ ଏହା ପଛରେ ରହିଛି ଏକ କାହାଣୀ । ସତରେ ଏ ମହାମାରୀ କେତେ ଭୟଙ୍କର ? ଯେଉଁ ବୟସରେ ଏମାନେ ନିଜର ଭବିଷ୍ୟତ ଗଢିବା କଥା, ଏବେ ବଞ୍ଚିବା ପାଇଁ ଲୁହାକୁ ଲୁହା ଯୋଡୁଛନ୍ତି । କୋରୋନା ମହାମାରୀ କାହା ଜୀବନ ବଦଳାଇଛି ତାହା ଆଉ କାହାର ସୁନେଲି ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି । ଏ ଦୃଶ୍ୟ ଚନ୍ଦ୍ରଶେଖରପୁର ପାଖରେ ଥିବା ଏକ ଓଲଡିଂ ଦୋକାନର । ଯେଉଁଠି ଏହି ତିନି ଯୁବତୀ ନିଜର ସବୁ ସ୍ବପ୍ନକୁ ପଛରେ ଛାଡି କେମିତି ବଞ୍ଚିବେ ସେ ନେଇ କରୁଛନ୍ତି ସଂଘର୍ଷ ।