କୋରାପୁଟରେ AIDS ନେଲାଣି 627 ମୁଣ୍ଡ
କୋରାପୁଟ: ଦିନକୁ ଦିନ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ 16 ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ 2624 ଜଣ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ 627 ଜଣଙ୍କ ମୃତ୍ୟୁ ଘଟିଛି । ଆଜି ବିଶ୍ବ AIDS ଦିବସ ଅବସରରେ କୋରାପୁଟ ସହରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ମାଧ୍ୟମରେ ଏହାର ବିଭିନ୍ନ ଦିଗ ପ୍ରତି ଜନସଚେତନତା ସୃଷ୍ଟି କରାଯାଇଛି । କୋରାପୁଟ ସି.ଏଚ. ଶାନ୍ତାକାର, ଇଟିଭି ଭାରତ