ଓଡିଶା

odisha

ETV Bharat / videos

କୋରୋନା ସଙ୍କଟ ମଧ୍ୟରେ ଆଶା ସଞ୍ଚାର କରିଛି ଜନସନ ଟିକା, ଜାଣନ୍ତୁ ଡାକ୍ତରଙ୍କ ମତ... - ସଜସନ ଟିକା

By

Published : Sep 27, 2020, 6:57 PM IST

ଭୁବନେଶ୍ବର: କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଟିକା ପ୍ରସ୍ତୁତିରେ ଲାଗିଛନ୍ତି 160 ଦେଶର ବୈଜ୍ଞାନିକ । ଏହି ସଙ୍କଟ ସମୟରେ ବର୍ତ୍ତମାନ ନୂଆ ଆଶା ସଞ୍ଚାର କରିଛି ଜନସନ ଆଣ୍ଡ ଜନସନ। ଏହା ଏକ ଆମେରିକା ଫାର୍ମା କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକା। ଏହି ଟିକା ମାନବ ପରୀକ୍ଷଣର ସଫଳ ହେବା ପରେ ଏବେ ସାରା ବିଶ୍ବର ନଜର ଏହି ଟିକା ଉପରେ ରହିଛି। ଗୋଟିଏ ଡୋଜରେ କୋରୋନା ରୋଗୀ ଶତ ପ୍ରତିଶତ ସୁସ୍ଥ ହେବେ ବୋଲି ଦାବି କରିଛି ଫାର୍ମା କମ୍ପାନୀ। ଟିକାକୁ ଫ୍ରିଜରେ ରଖିବାକୁ ପଡିବ ନାହିଁ। ଯାହା ଫଳରେ ଦୁର୍ଗମ ଅଞ୍ଚଳରୁ ଏହାର ପରିବହନ ସୁବିଧାରେ ହୋଇପାରିବ। ଜନସନ ଆଣ୍ଡ ଜନସନ ସହ ଅନ୍ୟ 7ଟି ଟିକା କମ୍ପାନୀର ଟ୍ରାଏଲ ଥାର୍ଡ ଷ୍ଟେଜରେ ରହିଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ 60 ହଜାର ଲୋକଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବରୁ 400 ଲୋକଙ୍କ ଉପରେ ଏହି ଟିକା ପ୍ରୟୋଗ କରାଯାଇଥିବା ବେଳେ ସେମାନଙ୍କ ଦେହରେ କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବା କହିଛନ୍ତି ଡାକ୍ତର। କିଛି ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛି। କାରଣ ଭୂତାଣୁର ରୂପ ବଦଳୁଛି। ଜନସନ କମ୍ପାନୀ ହେଉ ଅବା ଆଷ୍ଟ୍ରେଜେସିଆ ଓ କୋଭାକ୍ସିନ ହେଉ, ଯେଉଁ କମ୍ପାନୀ ପ୍ରଥମେ ଟିକା ବାହାରକରିବ, ସେଥିରେ ଭାରତର ହିଁ ଲାଭ ହେବ। 60 ପ୍ରତିଶତ ଟିକା କେବଳ ଭାରତରେ ପ୍ରସ୍ତୁତ ହୋଇଥାଏ। ଶନିବାର ଜାତିସଂଘରେ ପ୍ରଧାନମନ୍ତ୍ରୀ ମଧ୍ୟ ବାର୍ତ୍ତା ଦେଇଛନ୍ତି ଯେ କୌଣସି ଟିକାର ତିଆରି ଓ ବଣ୍ଟନ କ୍ଷେତ୍ରରେ ଭାରତ ଜଡିତ ରହିବ। ତେବେ ଚଳିତ ବର୍ଷ କୋରୋନା ଟିକା ଆସିବାର କୌଣସି ସମ୍ଭାବନା ନାହିଁ। ଆସନ୍ତା ବର୍ଷ ପ୍ରଥମ ଭାଗରେ ଟିକା ଆସିପାରେ ବୋଲି କହିଛନ୍ତି ଡାକ୍ତର ସନ୍ତୋଷ ମିଶ୍ର।

ABOUT THE AUTHOR

...view details