ଓଡିଶା

odisha

କୋଭିଡ ତୃତୀୟ ଲହରକୁ କେତେ ପ୍ରସ୍ତୁତ କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗ, ଶୁଣନ୍ତୁ ADMOଙ୍କ ମୁହଁରୁ

By

Published : Jan 11, 2022, 9:56 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ବଢିଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଇତିମଧ୍ୟରେ ଜିଲ୍ଲାରେ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନେ ଏବେ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏଡିଏମଓ । କୋଭିଡ ତୃତୀୟ ଲହରୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଓମିକ୍ରନ ଭାରିଏଣ୍ଟକୁ ନେଇ ସେଭଳି ଚିନ୍ତାଜନକ ସ୍ଥିତି ନଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ତେବେ କୋଭିଡ ମୁକାବିଲା ପାଇଁ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଥିବାବେଳେ କିଭଳି ରହିଛି କେନ୍ଦ୍ରାପଡ଼ା ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି, ସେନେଇ ଏଡିଏମଓ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ରାଧାକାନ୍ତ ମହାନ୍ତି ।

For All Latest Updates

TAGGED:

ABOUT THE AUTHOR

...view details