କନ୍ଧମାଳର ଗର୍ବ ଇସ୍ରୋ ବୈଜ୍ଞାନିକ ଅଭିମନ୍ୟୁ
ପଙ୍କରେ ପଦ୍ମ । ନିପଟ ମଫସଲରୁ ମହାକାଶ । ସିମ୍ବାଲି ଗାଁରୁ ଶ୍ରୀହରିକୋଟା ଯାତ୍ରା । ସହଜ ନଥିଲା, ତଥାପି ଅଭାବ ଅସୁବିଧାକୁ ଅଣଦେଖା କରି ବିଜ୍ଞାନଙ୍କୁ ଜିଣିଛନ୍ତି ଅଭିମନ୍ୟୁ ମଲ୍ଲିକ । ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ । ତେବେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ସଦାଶିବ ପାତ୍ର ।