ଓଡିଶା

odisha

By

Published : Feb 25, 2021, 6:45 PM IST

ETV Bharat / videos

ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା; ଖାଁ ଖାଁ ମନ୍ଦିର ପରିବେଶ

ଢେଙ୍କାନାଳ: କୋରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା । ହେଲେ ଖାଁ ଖାଁ ରହିଛି ମହିମା ଗାଦୀର ପରିବେଶ । ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀ ବାରଣ କରାଯାଇଛି । ଢେଙ୍କାନାଳ ମହିମା ଗାଦୀରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ଜାଡବତୀ ଜଳିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ସରିଛି । ମହିମା ପରମ୍ପରା ମୁତାବକ ଆଜିଠାରୁ ତିନିଦିନ ବ୍ୟାପି ଏହି ମେଳାକୁ ନୀତିକାନ୍ତିରେ ମହିମା ସାଧୁମାନେ ପାଳିବେ । ପରମ୍ପରା ମୁତାବକ ମୁଖ୍ୟ ଗାଦୀ ମନ୍ଦିରର ଚାରି ଦ୍ବାରରେ ସନ୍ଧ୍ୟା ପରେ ଝାଡ଼ ବତୀ ପ୍ରଜ୍ବଳନ କରିବେ ମହିମା ସାଧୁ । ଜଗତର କଲ୍ୟାଣ ପାଇଁ ଝାଡ଼ ବତୀରେ ମହାନ ମହାନ ଘୃତହୁତି କରିବେ ମହିମା ସାଧୁ । ଏଥିପାଇଁ ଭଣ୍ଡାର ଘରୁ ସମସ୍ତ ଉପକରଣ ଗାଦୀ ମନ୍ଦିରକୁ ଆଣାଯାଇଛି । ଫଳରେ ଆଜି ଭୋର ସମୟରୁ ଗାଦୀର ମହିମା ସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details