ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁର୍ଦ୍ଦିନରେ ପରିବାର, ଅପେକ୍ଷା ସରକାରୀ ସହାୟତାକୁ - nuapada news
ନୂଆପଡା: ଜିଲ୍ଲାର ସଦର ମହୁକମା ଠାରୁ 115 କିଲୋମିଟର ଦୂର ଛତିଶଗଡ଼ ସୀମାନ୍ତରେ ରହିଛି ଧୁଙ୍ଗିଆମୁଣ୍ଡା ଗାଁ । ଏହି ଗାଁରେ ବସବାସ କରୁଛନ୍ତି ମୃତ ଦାଦନ ଶ୍ରମିକ ଜଗସନ ହଂସଙ୍କ ପରିବାର । ଏବେ ପରିବାରରେ ସ୍ତ୍ରୀ ପଦ୍ମିନୀ ହଂସ ଓ 2 ନାବାଳକ ପୁଅ ଅଛନ୍ତି । ପଦ୍ମିନୀ ବାତ ରୋଗରେ ପୀଡିତ ଥିବାବେଳେ ତାଙ୍କ 2 ପୁଅ ସିକାଳସାଇ ରୋଗରେ ପୀଡିତ । ଜୀବନ ମରଣ ସହ ସଂଗ୍ରାମ କରୁଥିବା ଏହି ଦୁଃଖୀ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଜଗସନ ହଂସ । ହେଲେ ତାଙ୍କର ଅକାଳ ବିୟୋଗ ଏବେ ସାରା ପରିବାରକୁ ଅସହାୟ କରିଦେଇଛି ।