ପାଣି ବିନା ଜମିରେ ଜଳିଯାଉଛି ଧାନଗଛ - ପାଣି ବିନା ଜଳିଯାଉଛି ଧାନଗଛ
ପୁରୀ: ରାଜ୍ୟରେ କୃଷି ଓ କୃଷକଙ୍କ ବିକଳ ଚିତ୍ର । ପାଣି ବିନା ଚାଷୀ ମୁଣ୍ଡରେ ପଡିଲାଣି ଚଡ଼କ। ଆଖିସାମ୍ନାରେ ଜଳିଯାଉଛି ଏକର ଏକର ଜମିରେ ଧାନଗଛ। ପାଣିର ଘୋର ଅଭାବରୁ ଚାଷୀ ହତାସ। ପୁରୀ ଜିଲ୍ଲା ନିମାପଡା ବ୍ଲକରୁ ଆସିଛି ଏଭଳି ଚିତ୍ର। ଧନୁଆଁ ପଞ୍ଚାୟତର ଶହ ଶହ ଚାଷୀ ମୁଣ୍ଡରେ ଦେଲେଣି ହାତ। ଲକଡାଉନରେ କେମିତି ସଳଖିବେ ଅଣ୍ଟା? କେମିତି ସଜାଡିବେ ଚଳିତ ବର୍ଷର ଚାଷ ? ଯାହାର ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଚାଷୀଙ୍କ ଏଭଳି ଦୁର୍ଦ୍ଦଶା କୁ କଏଦ କରିଛି ଇଟିଭି ଭାରତ। ପାଣି ବିନା ଧାନ ବିଲରେ ଫାଟ। ଆଁ କରି ଆକାଶକୁ ଅନେଇଛି ବସୁଧା। କାରଣ ନା ବର୍ଷା ହେଉଛି ନା ବିଲରେ ଅଛି ବର୍ଷାଜଳ। ପାଣି ବିନା ଧାନବିଲ ଶୁଖି ଆଁ ମେଲା କରିଛି। ଯେଉଁ ସମୟରେ ଧାନ ବେଉଷଣ ସରିବା କଥା କିନ୍ତୁ ତାହା ଏବେ ଓଲଟା। ପାଣିବିନା ଜଳିଜାଉଛି ଏକର ଏକର ଚାଷ ଜମିର ଧାନ ଗଛ।