ଓଡିଶା

odisha

ETV Bharat / videos

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ, ମନ୍ଦିର କୁଳଗୁରୁଙ୍କ ସହ ସାକ୍ଷାତକାର - କୁଳଗୁରୁଙ୍କ ସହ ସାକ୍ଷାତକାର

🎬 Watch Now: Feature Video

By

Published : Jun 18, 2020, 2:06 PM IST

କେନ୍ଦ୍ରାପଡା: ଚଳିତ ବର୍ଷ କୋରୋନା କାରଣରୁ ବନ୍ଦ ହୋଇଛି ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା । ଗତକାଲି ସେବାୟତ ଓ ପ୍ରଶାସନ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇ ତୁଳସୀକ୍ଷେତ୍ରର ରଥଯାତ୍ରାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର କୁଳ ପୁରୋହିତ ତଥା କୁଳଗୁରୁ ଗିରିଧାରୀ ପତିଙ୍କ ପରାମର୍ଶ ଅନୁସାରେ ମନ୍ଦିରରେ ରଥଯାତ୍ରା ସମାପନ ପାଇଁ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏପର୍ଯ୍ୟନ୍ତ 12ଘଣ୍ଟା ବିତିଯାଇଥିଲେ ମଧ୍ୟ ସେବାୟତ କିମ୍ବା ପ୍ରଶାସନ ପହଞ୍ଚି ପାରିନି କୁଳଗୁରୁଙ୍କ ନିକଟରେ । ଅନ୍ୟପକ୍ଷରେ ଦୀର୍ଘ ବର୍ଷରୁ ଆରମ୍ଭ ହୋଇ ଆସିଥିବା ତୁଳସୀକ୍ଷେତ୍ରର ରଥଯାତ୍ରା ବନ୍ଦ ହେଲେ ବିଘ୍ନ ଘଟିବାର ଆଶଙ୍କା ରହିଛି ଓ ଯଦି ବନ୍ଦ କରିବାର ଥିଲା ତେବେ ରଥ ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ଆରମ୍ଭ କରାଯାଉଥିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି କୁଳଗୁରୁ ଗିରିଧାରୀ ପତି। ରଥଯାତ୍ରା ବନ୍ଦ କରି ଯଦି ମନ୍ଦିର ପରିସରରେ ରଥଯାତ୍ରା କରାଯାଏ ତେବେ "ଦେଉଳକୁ ମୁଖଶାଳା ବଳି" ଯିବା ଭଳି ଖର୍ଚ୍ଚ ବଢିଯିବ ବୋଲି କହିଛନ୍ତି କୁଳଗୁରୁ । ରଥଯାତ୍ରାର ପରମ୍ପରା, ମନ୍ଦିର ପରିସରରେ କିପରି ରଥଯାତ୍ରା କରାଯିବ ସେନେଇ କୁଳଗୁରୁଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ କେନ୍ଦ୍ରାପଡ଼ା ପ୍ରତିନିଧି ରାଧାକାନ୍ତ ମହାନ୍ତି । କେନ୍ଦ୍ରାପଡାରୁ ରାଧାକାନ୍ତ, ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details