ଓଡିଶା

odisha

ETV Bharat / videos

ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ସହ ସ୍ବତନ୍ତ୍ର ଆଲୋଚନା - ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ସହ ସ୍ବତନ୍ତ୍ର ଆଲୋଚନା

By

Published : Jul 30, 2020, 6:21 PM IST

କଟକ: ଆସନ୍ତା ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ବ୍ୟାପକ ପରିବର୍ତ୍ତନ କରାଯିବ। ବିଶେଷକରି ସିଲାବସରେ ପରିବର୍ତ୍ତନ କରାଯିବ। ଆବଶ୍ୟକ ପଡ଼ିଲେ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ବୋର୍ଡ ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ଥିବା ଡ଼ଃ ନିହାର ରଞ୍ଜନ ମହାନ୍ତି କହିଛନ୍ତି। ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ଅବସରରେ ଆଲୋଚନା କରିବା ସମୟରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଚେକିଂ ଆଡ଼ିସନ ପାଇଁ ଆସନ୍ତା ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯିବ। ଏହି ସମୟ ଭିତରେ ମାର୍କ ଯାଞ୍ଚ ପାଇଁ ପରୀକ୍ଷାର୍ଥୀ ବୋର୍ଡ ୱେବ ସାଇଟରେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details