ଓଡିଶା

odisha

By

Published : Jul 15, 2021, 8:48 PM IST

ETV Bharat / videos

ଆହତ ହରିଣ ଉଦ୍ଧାର, ଚିକିତ୍ସା ପରେ ଜଙ୍ଗଲରେ ଛାଡିଲା ବନ ବିଭାଗ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଚାଲି ଆସିଥିବା ଏକ ହରିଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି । ହରିଣଟି ପୁରୁଣାବାନ୍ଧଗୋଡା ଗ୍ରାମ ଭିତରକୁ ପଶି ଆସିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି । ହରିଣଟିର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ଗ୍ରାମର କିଛି ଯୁବକ ହରିଣଟିକୁ କାବୁ କରି ବନପାଳ ମଳୟକୁମାର ସାହୁଙ୍କୁ ଖବର ଦେଇଥିଲେ । ବନ ବିଭାଗ ହରିଣଟିକୁ ଚିକିତ୍ସା ପରେ ସ୍ଥାନୀୟ ଜଙ୍ଗଲରେ ଛାଡିଥିବା ସୂଚନା ରହିଛି । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details