ଟ୍ରାଫିକ ସିଗନାଲ ଭେଳିକି: ଜଳୁନି ଲାଇଟ୍, କମୁନି ଦୁର୍ଦ୍ଦଶା - non-functioning traffic signals
ରାୟଗଡା: ଦୁର୍ଘଟଣାକୁ ଏଡାଇବା ପାଇଁ ସରକାର ନିୟମ କଡାକଡି କରିବା ସହ ଟ୍ରାଫିକ ସିଗନାଲର ବ୍ୟବସ୍ଥା ମଧ୍ୟ ହୋଇଛି । ଯାହାଦ୍ବାରା ପ୍ରତିଦିନ ହେଉଥିବା ଦୁର୍ଘଟଣାକୁ ଏଡାଯାଇ ପାରିବ । ମାତ୍ର ରାୟଗଡା ଜିଲ୍ଲାରେ କୌଣସି ଟ୍ରାଫିକ ସିଗନାଲ କାମ କରୁନି । ଦୀର୍ଘ 2 ବର୍ଷ ହେବ ରାୟଗଡାରେ ଏଭଳି ସ୍ଥିତି ଥିବାବେଳେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଯେଉଁଥିପାଇଁ ଜଣେ ସାଧାରଣ ଲୋକ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଦନକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।