ଓଡିଶା

odisha

ETV Bharat / videos

ଯାଜପୁରରେ ଅମ୍ଫାନର ପ୍ରଭାବ, ଧୀରେ ଧୀରେ ଆରମ୍ଭ ହେଉଛି ବାତ୍ୟାର ପ୍ରକୋପ - ଯାଜପୁରୁ ବାତ୍ୟା ଅମ୍ଫାନ ଅପଡେଟ

By

Published : May 20, 2020, 10:14 AM IST

ଯାଜପୁର :ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫାନର ପ୍ରଭାବ ଯାଜପୁରରେ ମଧ୍ୟ ଧୀରେଧୀରେ ଆରମ୍ଭ ହୋଇଛି। ଗତକାଲି ରାତି ଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବଢି ଭୋରୁ ୧୦ ରୁ ୧୫ ବେଗରେ ପବନ ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ଦଶରଥପୁର ,ବଡ଼ଚଣା, ଧର୍ମଶାଳା, ବରୀ,ବିଂଝାରପୁର, ଓ କୋରେଇ ପ୍ରଭୁତି ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ତହସିଲର ଓ ବିଭିନ୍ନ ବ୍ଳକର ବିଡିଓ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନୀଶମ ବିଭାଗର କର୍ମଚାରୀ ମାନେ ନିଜ ନିଜ ଅଞ୍ଚଳରେ ସଜାଗ ରହିଛନ୍ତି। ଦୁଇଟି ଓଡ୍ରାଫ ଟିମ ଦଶରଥପୁର ବ୍ଲକର କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ପହଁଚିଥିବା ସୂଚନା ମିଳିଛି। ଏଥିସହ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ABOUT THE AUTHOR

...view details