ଶିଶୁ ପର୍ଣ୍ଣୋଗ୍ରାଫି ମାମଲା, ପ୍ରତିହତ ପାଇଁ ତୁରନ୍ତ ପଦକ୍ଷେପ ନେବ ଆୟୋଗ - ଶିଶୁ ସୁରକ୍ଷା ଆୟୋଗ କମିଶନ ସନ୍ଧ୍ୟାବତୀ ପ୍ରଧାନ
ଭୁବନେଶ୍ବର: ଶିଶୁ ପର୍ଣ୍ଣୋଗ୍ରାଫି ନେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସନ୍ଧ୍ୟାବତୀ ପ୍ରଧାନଙ୍କ ପ୍ରତିକ୍ରିୟା । ଏହା ଏକ ସମ୍ବେଦନଶୀଳ ଘଟଣା । ଓଡ଼ିଶାର ତିନୋଟି ଜିଲା ଭଦ୍ରକ, ଯାଜପୁର ଓ ଢେଙ୍କାନାଳରୁ ଏହି ରେଡ଼ ଖବର ଆସିଛି । ସିବିଆଇ ଓ କ୍ରାଇମବ୍ରାଞ୍ଚ ସହିତ କଥା ହେବି ଓ ସେମାନେ ଯାହା ତଦନ୍ତ କରିଛନ୍ତି ସେନେଇ ରିପୋର୍ଟ ମାଗିବି । ଏହିଭଳି ଘଟଣା କିପରି ପ୍ରତିହତ କରିହେବ, ସେ ଦିଗରେ କାମ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି । ଭୁବନେଶ୍ବରରୁ ସଞ୍ଜିବ କୁୁମାର ରାୟ, ଇଟିଭି ଭାରତ