ରାୟଗଡାରେ କୋରୋନା କଟକଣା କଡାକଡି, ଫିକା ପଡିଲା ହୋଲି - କୋରୋନା କଟକଣା
🎬 Watch Now: Feature Video
ରାୟଗଡ଼ା: ଜିଲ୍ଲାରେ କୋରୋନା କଟକଣା ରଙ୍ଗର ପର୍ବ ହୋଲିକୁ ଫିକା କରିଦେଇଛି । କୋରୋନା ଲେଉଟାଣିକୁ ଦେଖି ହୋଲି ଖେଳିବାକୁ ନେଇ ଜିଲ୍ଲା ପ୍ରଶାସନ କଟକଣାକୁ କଡାକଡି କରିଛି । ଯାହାର ପ୍ରଭାବ ଜିଲ୍ଲାରେ ବେଶ ପରିଲଖିତ ହୋଇଛି । ପ୍ରଥମ ଥର ପାଇଁ ଜିଲ୍ଲାର ସଦର ମହକୁମାରେ ରାସ୍ତା ଘାଟ ଖାଁ ଖାଁ ଦେଖିବାକୁ ମିଳିଛି । ଏପରିକି ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ହୋଲି ସମୟରେ ହୋଲିର ଶୁଭେଚ୍ଛା ପାଇଁ ଭିଡ ଜମୁଥିବା ବେଳେ ଏ ବର୍ଷ ଶୂନଶାନ ହୋଇଯାଇଛି । ହୋଲିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟ।ଳୟକୁ କୌଣସି ଅଧିକାରୀଙ୍କ ଆଗମନକୁ ବାରଣ କରାଯାଇଛି । ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ