ଓଡିଶା

odisha

ETV Bharat / videos

ହୀରାକୁଦରୁ ପୁଣି ଖୋଲିଲା 5 ଗେଟ - ସମ୍ବଲପୁର ହୀରାକୁଦ ଡ୍ୟାମ ଖବର

By

Published : Sep 22, 2020, 8:53 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା 5 ଟି ଗେଟ । କିଛି ଦିନ ହେଲା ହୀରାକୁଦର ସବୁ ଗେଟ ବନ୍ଦ ରହିଥିବା ବେଳେ ଉପର ମୁଣ୍ଡରେ ବର୍ଷାର ମାତ୍ରା ବଢିବା ସହ ଜଳ ଭଣ୍ଡାରର ଜଳସ୍ତର ବଢିବାରୁ ପୁଣି ପର୍ଯ୍ୟାୟ କ୍ରମରେ 5 ଟି ଗେଟ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 628.87ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ସେକେଣ୍ଡ ପ୍ରତି 87,630 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ରୁ ତଳମୁଣ୍ଡକୁ 5 ଟି ଗେଟ ଜରିଆରେ 1,00,339 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି।

ABOUT THE AUTHOR

...view details