ଓଡିଶା

odisha

କୁହୁଡି କରୁଛି ଜନଜୀବନକୁ କଲବଲ

By

Published : Jan 24, 2021, 3:55 PM IST

ଅନୁଗୋଳ: କୁହୁଡି ଚାଦରରେ ଅନୁଗୋଳ ସହର । ଫଳରେ ପ୍ରଭାବିତ ହୋଇଛି ଅନୁଗୋଳ ଜିଲ୍ଲାର ଜନ ଜୀବନ । ଜିଲ୍ଲାରେ ଆଜି ପୁଣି ଘନ କୁହୁଡି । ଚଳିତ ଋତୁରେ ଆଜି ୪ର୍ଥ ଥର ପାଇଁ ଏଭଳି ଘନ କୁହୁଡି ଦେଖିବାକୁ ମିଳିଛି । ସକାଳ ଯେତିକି ବଢ଼ୁଥିଲା କୁହୁଡ଼ିର ଘନତା ସେତିକି ମାତ୍ରାରେ ବଢୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୪ ରୁ ୫ ମିଟର ଦୂରରୁ କିଛି ଦେଖାଯାଉନଥିଲା । ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ରାସ୍ତାଘାଟ କିଛି ଦେଖା ଯାଉନଥିବାରୁ ଗାଡି ଚଳାଚଳ ହୋଇପାରିନଥିଲା । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details