ଗୁରୁ ଦର୍ଶନ ଦିବସରେ ପ୍ରବଳ ଗହଳି, ପଡୋଶୀ ରାଜ୍ୟରୁ ଛୁଟିଲେ ଶ୍ରଦ୍ଧାଳୁ - ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ
ରାଇରଙ୍ଗପୁର: ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭଗବାନ ସଦୃଶ୍ୟ। ଆଦରରେ ତାଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ "ଗୁରୁ ଗୋମକେ" ବୋଲି ମଧ୍ୟ ଡାକିଥାନ୍ତି। ୧୯୦୫ ମସିହା ମଇ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଅଧିନ ଦାଣ୍ଡବୋଷ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ। ସେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଅଲଚିକି ଲିପିର ଜନକ ଭାବେ ବେଶ ପରିଚିତ। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ବ୍ୟବହାର କରାଯାଇଥିଲା।