ଓଡିଶା

odisha

ETV Bharat / videos

ମଦ୍ୟପାନ କରି ପୋଲିସର ବେପରୁଆ ଗାଡିଚାଳନା; ବାଇକ ଆରୋହୀ ମୃତ, 3 ପୋଲିସ କର୍ମୀ ଗୁରୁତର

By

Published : Sep 8, 2020, 5:23 PM IST

ମାଲକାନଗିରି: ନିୟମ ରକ୍ଷାକର୍ତ୍ତା ଭାଙ୍ଗିଲେ ନିୟମ । ଜନତାଙ୍କୁ ସୁରକ୍ଷା ଦେବାର ଶପଥ ନେଉଥିବା ପୋଲିସର ବେପୁରଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡି ସହ ଧକ୍କା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏଥିସହ ପୋଲିସର 3 ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ହେଲେ ବାଲା ରାଜୁ ସାହୁ । ସେ ନାୟକଗୁଡାରେ ଜିଆରଏସ ଭାବେ ନିଯୁକ୍ତ ଥିଲେ ।ତେବେ ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପୋଲିସ ଗାଡି ବହୁତ ଦ୍ରୁତଗତିରେ ଯାଉଥିବା ସହ ଭୁଲ ରାସ୍ତାରେ ଗାଡି ଚଳାଉଥିଲେ । ଏପରି ଗାଡିରେ ଥିବା କର୍ମଚାରୀମାନେ ସିଟ୍ ବେଲ୍ଟ ବାନ୍ଧିନଥିବା ବେଳେ ସମସ୍ତେ ମଦ ପିଇଥିବା ଜଣାପଡିଛି । ସେପଟେ ପୋଲିସର ଏଭଳି ବେପରୁଆ ଗାଡି ଚାଳନା ଯୋଗୁଁ ପୋଲିସ ଗାଡି ରାସ୍ତାରୁ ପ୍ରାୟ 20 ଫୁଟ ଦୂରରେ ଛିଟିକି ପଡିଥିଲା । ବାଇକଟି 50 ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା ।

ABOUT THE AUTHOR

...view details