ଓଡିଶା

odisha

ETV Bharat / videos

କୋରୋନା କଟକଣାରେ ଆରମ୍ଭ ହେଲା ଦେବୀ ମା' ବିରଜାଙ୍କ ରଥଯାତ୍ରା - ବିରଜାଙ୍କ ନବରାତ୍ରି

By

Published : Oct 6, 2021, 10:50 PM IST

ଯାଜପୁର: କୋରୋନା କଟକଣା ମଧ୍ୟରେ ବୁଧବାର ସନ୍ଧ୍ୟାରେ ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା’ ବିରଜାଙ୍କର ନବଦିବସ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ପାରମ୍ପରିକ ରୀତିନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା ଯାଇଛି । ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ଥିବାରୁ କେବଳ ସେବାୟତ ଓ ପୋଲିସ ଏହି ରଥ ଟାଣିଛନ୍ତି । ଆସନ୍ତାକାଲି ଠାରୁ ୮ଦିନ ଯାଏ ପ୍ରତ୍ୟେକ ସନ୍ଧ୍ୟାରେ ରଥ ମନ୍ଦିରର ବେଢ଼ା ପରିକ୍ରମା କରିବ । ଏହି ନଅଦିନ ଧରି ରଥରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଭିଡ଼କୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟେ 144 ଧାରା ଜାରି କରାଯାଇଛି। ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details