ଓଡିଶା

odisha

ETV Bharat / videos

ସଦଗୁରୁ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର - ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

By

Published : Sep 21, 2020, 6:39 PM IST

କଟକ: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡିଛି । ଆଇସିୟୁରେ ନିଆଁ ଲାଗିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିପରି ନିଆଁ ଲାଗିଲା ଏନେଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏହି ଘଟଣାରେ କୌଣସି ପ୍ରାଣହାନୀ ହୋଇନଥିବା ସୂଚନା ରହିଛି । ସେପଟେ ସଦଗୁରୁ ହସପିଟାଲରେ ଫାୟାର ସେଫ୍ଟି ଲାଇସେନ୍ସ ନଥିବା କହିଛନ୍ତି ଚିଫ ଫାୟାର ଅଫିସର ସୁକାନ୍ତ ସେଠୀ । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସପିଟାଲକୁ ନୋଟିସ କରାଯାଇଥିଲା । କିଛି ଅସୁବିଧା ଥିବାରୁ ହସ୍ପିଟାଲକୁ ଲାଇସେନ୍ସ ମିଳିନଥିଲା। ଇନସ୍ପେକସନ କରିବା ପରେ ଅସୁବିଧା ଦୂର କରିବାକୁ କୁହାଯାଇଥିଲା । ବ୍ୟବସ୍ଥା କରିପାରି ନଥିବାରୁ ଲାଇସେନ୍ସ ଦିଆଯାଇନାହିଁ ବୋଲି କହିଛନ୍ତି ସିଏଫଓ । ତେବେ ଆଜି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିଲା । ଫଳରେ ନିଆଁ ବେଶୀ ବ୍ୟାପୀ ନଥିଲା ବୋଲି ସେ କହିଛନ୍ତି ।

ABOUT THE AUTHOR

...view details