ଓଡିଶା

odisha

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା

By

Published : Jul 4, 2020, 6:09 PM IST

ବରଗଡ: ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା । ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନାରେ ପଦ୍ମଶ୍ରୀ ହଳଧର ନାଗଙ୍କର ନିଜ ଗ୍ରାମ ଘେଂସ ର ଜଣେ ଓକିଲ ଦେଇଛନ୍ତି ଏତଲା । ଘେଂସ ଗ୍ରାମର ଅନ୍ୟ ବହୁ ବ୍ୟକ୍ତିଙ୍କ ସମେତ ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଦୁର୍ବ୍ୟବହାର ଓ ଅପମାନିତ କରାଯାଇଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା । ସୂଚନା ଅନୁଯାୟୀ ଘେଂସ ଗ୍ରାମର ଜଣେ ଓକିଲ କୁଞ୍ଜବିହାରୀ ସାହୁଙ୍କ ଝିଅ ଦିଲ୍ଲୀରୁ ନିଜ ଗ୍ରାମକୁ ଗତ ଜୁନ ମାସ ୧୩ ତାରିଖରେ ଫେରି ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ଘରେ କ୍ବାରାଣ୍ଟାଇନରେ ରହିଥିଲେ । ମାତ୍ର ୯ ଦିନ ପରେ ଗତ ୨୧ ଜୁନ ସନ୍ଧ୍ୟାରେ ଘେଂସ ଗ୍ରାମବାସୀ ଏବଂ ପଦ୍ମଶ୍ରୀ ହଳଧର ନାଗ ନିଜେ କୁଞ୍ଜବିହାରୀ ସାହୁଙ୍କ ଘରକୁ ଯାଇ ତାଙ୍କ ଝିଅଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଉ ବୋଲି କହିଥିଲେ । ଗ୍ରାମକୁ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ପ୍ରବାସୀଙ୍କୁ କ୍ବାରାଣ୍ଟାଇନ ସେଣ୍ଟର ଠାରେ ରଖାଯାଉଛି ଅନ୍ତତଃ ତାଙ୍କ ଝିଅ ଦିଲ୍ଲୀ ପରି ରେଡ଼ ଜୋନ ଅଞ୍ଚଳରୁ ଆସି କାହିଁକି ଘରେ ରହିବେ ବୋଲି ଯୁକ୍ତି ତର୍କ ହୋଇଥିଲା ।

ABOUT THE AUTHOR

...view details