ଓଡିଶା

odisha

ETV Bharat / videos

ତୈଳଦର ବୃଦ୍ଧି ନେଇ ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ - Finance Minister answer on the oil price hike

By

Published : Feb 23, 2021, 9:53 PM IST

ଭୁବନେଶ୍ବର: ତୈଳଦର ବୃଦ୍ଧି ନେଇ ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କଂଗ୍ରେସ ବିଧାୟକମାନେ ଆଜି ତୈଳଦର ବୃଦ୍ଧିକୁ ନେଇ ଗୃହରେ ହୋହଲ୍ଲା କରିଥିଲେ । ଦିନକୁ ଦିନ ତୈଳ ଦରକୁ ନେଇ ସାରା ଦେଶରେ ସାଧାରଣ ଲୋକଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କରିଛି । ବିଧାନସଭାର ବଜେଟ ଅଧିବେଶନରେ ଆଜି ତୈଳ ଦର ବୃଦ୍ଧିକୁ ନେଇ ସରଗରମ ଚର୍ଚ୍ଚା ହୋଇଛି । ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ଜୋରଦାର ବିରୋଧ କିରଛି । ଆଜି ବିଧାନସଭା ଗୃହରେ ତୈଳ ଦର ବୃଦ୍ଧି ନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ଯୋଗୁ ବଢୁଛି ତୈଳଦର । 2014 କୁ ଯଦି ମୂଳ ବର୍ଷ ଧରାଯାଏ ତେବେ ଇତି ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲରେ 247.41 ପ୍ରତିଶତ ଓ ଡିଜେଲରେ 793.26 ପ୍ରତିଶତ ବୃଦ୍ଧି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସରେ 18 ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଯେଉଁଥି ପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ABOUT THE AUTHOR

...view details