କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରମୁଖ ଯୋଦ୍ଧା ସମ୍ବର୍ଦ୍ଧିତ - ବ୍ରହ୍ମପୁରରେ ଯୋଦ୍ଧାଙ୍କୁ କରାଗଲା ସମ୍ବର୍ଦ୍ଧିତ
ବ୍ରହ୍ମପୁର: କୋରୋନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ୧୯ ମୁକାବିଲା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୋଦ୍ଧାଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନରାଜ୍ୟ ଦିବସରେ କରାଯାଇଛି ସମ୍ବର୍ଦ୍ଧିତ । କୋରୋନା ସମୟରେ ଏହାର ସଙ୍କ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା ସମୟରେ ସରକାରଙ୍କ ପ୍ରମୁଖ ବିଭାଗର ଅଧିକାରୀ ମାନେ ଜାରି ରଖିଥିଲେ ସେମାନଙ୍କ ଅହରହ କାର୍ଯ୍ୟ । ଜିଲ୍ଲାର କ୍ବରେଣ୍ଟାଇନ୍ ସେଣ୍ଟର ଠାରୁ ଆରମ୍ଭ ପ୍ରତ୍ୟେକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ସାନିଟାଇଜ କରିବା କ୍ଷେତ୍ରରେ ଅଗ୍ନିଶମ ବିଭାଗର ଭୂମିକା ଠାରୁ ଆରମ୍ଭ କରି ପୋଲିସ ବିଭାଗର କର୍ମଚାରୀ ଓ ଅଧିକାରୀ ଙ୍କ କାର୍ଯ୍ୟ ଏପରିକି ଯେଉଁ ସମୟରେ ମୃତ ଦେହକୁ ସ୍ପର୍ଶ କରିବା ପାଇଁ ସାଧାରଣ ଜନତା ଭୟ କରୁଥିଲେ ସେହି ସମୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ଅନେକ ବ୍ୟକ୍ତି ବିଶେଷ ଆଗକୁ ଆସି ଅନେକ କାର୍ଯ୍ୟ କରିଥିଲେ। ଏଭଳି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବା କଣ ରହିଥିଲା ସେହି ଅନୁଭୂତି ସମ୍ବର୍ଦ୍ଧିତ ପରେ କିଭଳି ରହିଛି ପ୍ରତିକ୍ରିୟା ସେ ନେଇ ଆଲୋଚନା କରିଥିଲେ ବ୍ରହ୍ମପୁରର ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।