ସଉରା ଲିପିର ଡିଜିଟାଇଜେସନ କରିଥିବା ଆଇଆଇଟି ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ସଉରା ଲିପି
ରାୟଗଡ଼ା: ଜିଲ୍ଲାର ଆଇଆଇଟି ପଢିଥିବା ଝିଅ ସୋନି ସଲମା ପ୍ରିୟଦର୍ଶିନୀ ସଉରା ଲିପିର ଡିଜିଟାଇଜେସନ କରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବିବେଚିତ ହୋଇ ଆଜି ସଉରା ଭାଷାର ଡିଜିଟାଇଜେସନ୍ ନେଇ ନିଜ ପକ୍ଷ ରଖିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଉରା ଲିପିର ଡିଜିଟାଇଜେସନ ୱ୍ବେବିନାରରେ ସେଣ୍ଟ୍ରାଲ ୟୁନିଭର୍ସିଟି ହାଇଦ୍ରାବାଦର ପ୍ରଫେସର ପଞ୍ଚାନନ ମହାନ୍ତି , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ କୁମାର ରଥ , ଉତ୍କଳ ୟୁନିଭର୍ସିଟି ଭୁବନେଶ୍ବରର ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିବାବେଳେ ଆଇଆଇଟି ଛାତ୍ରୀ ତଥା ରାୟଗଡ଼ା ଝିଅ ସୋନି ସଲମା ପ୍ରିୟଦର୍ଶିନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।