ଓଡିଶା

odisha

By

Published : Jul 16, 2020, 2:37 PM IST

ETV Bharat / videos

ନାକା ପୋଷ୍ଟରେ କେମିତି ଚାଲିଛି ଚେକିଂ, ଇଟିଭି ଭାରତର ରିୟାଲିଟି ଚେକ୍

ଫୁଲବାଣୀ: ମହାମାରୀ କୋରୋନା ପାଇଁ ବିଭିନ୍ନ କଟକଣା ଜାରି ରହିଛି । କନ୍ଧମାଳ ଜିଲ୍ଲାର ପଡୋଶୀ ଜିଲା ଗଞ୍ଜାମ, ନୟାଗଡ ଜିଲ୍ଲା ହଟସ୍ପଟରେ ଥିବାବେଳେ ଜିଲ୍ଲାର ସୀମା ସିଲ କରାଯାଇଛି। ଜିଲ୍ଲାରେ 5ଟି ସୀମା ନାକା ପୋଷ୍ଟ କରାଯାଇଛି। କାହାରିକୁ ବାହାରୁ ଆସିବାକୁ ଅନୁମତି ଦିଆଯାଉନାହିଁ। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଉଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଜିଲ୍ଲାର ଖଜୁରିପଡା ନାକା ପୋଷ୍ଟରେ ଇଟିଭି ଟିମ ପହଞ୍ଚି ସ୍ଥିତି ପରଖିଥିଲା । ସରକାରୀ ନିର୍ଦ୍ଦେଶ ଓ ପାଳନ ସମ୍ପୂର୍ଣ୍ଣ ଓଲଟା ଏଠି। ସବୁ ଏଠି ଖୋଲାମେଲା ପଡିଛି। ଜିଲ୍ଲାକୁ ଚାରି ଦିଗରୁ ଘେରି ରହିଛନ୍ତି ବିଭିନ୍ନ ଜିଲ୍ଲା। ଅନ୍ୟ ଜିଲ୍ଲାର ହଟସ୍ପଟ ଅଞ୍ଚଳରୁ କନ୍ଧମାଳକୁ ଲୋକଙ୍କୁ ଆସିବା ମନା କରିଛି ପ୍ରଶାସନ। ସେଥିପାଇଁ ଜିଲ୍ଲାର 5ଟି ସ୍ଥାନରେ ନାକା ଚେକ୍ ପୋଷ୍ଟ କରାଯାଇଛି।

ABOUT THE AUTHOR

...view details