ଓଡିଶା

odisha

'ଇଟିଭି ଭାରତ' ମହାପ୍ରଭାବ; ଅସହାୟକୁ ସାହା ହେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ

By

Published : Jul 21, 2020, 5:56 PM IST

ବାରିପଦା: ଶେଷରେ ଶୁଣିଲା ପ୍ରଶାସନ । ଅସହାୟ ପରିବାରର ଦୁଃଖ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖୋଦ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାର ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମର ଚାମୁଟୁ ବିନ୍ଧାଣି ଘର ନଥିବାରୁ ଚାଷ ଜମି ନିକଟରେ ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ । ନିଜ ଦୃଷ୍ଟିହୀନ ସ୍ତ୍ରୀଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ଖବର ପ୍ରଥମେ 'ଇଟିଭି ଭାରତ'ରେ ପ୍ରସାରଣ ହୋଇଥିଲା । ପରେ ଅସହାୟ ପରିବାରଙ୍କୁ ସାହାଯ୍ୟ ର ହାତ ବଢାଇଛନ୍ତି ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି।

ABOUT THE AUTHOR

...view details