ଓଡିଶା

odisha

ETV Bharat / videos

ଇଞ୍ଜିନିୟରଙ୍କ ଅଜବ ସଉକ, ସଂଗ୍ରହ କରିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଗଣେଶ - engineer passion is to collect ganesh statue

By

Published : Aug 26, 2020, 9:57 PM IST

ଭୁବନେଶ୍ୱର: ପେଶାରେ ଜଣେ ଇଂଞ୍ଜିନିୟର । ହେଲେ ନିଶା ହେଉଛି ଗଣେଶଙ୍କ ମୂର୍ତ୍ତି ସଂଗ୍ରହ କରିବା । ଭୁବନେଶ୍ୱର ନୂଆପଲ୍ଲି ବ୍ରିଟ କଲୋନୀ ଅଞ୍ଚଳରେ ରହୁଥିବା କ୍ଷିତିଶ ବିହାରୀ ସ୍ବାଇଁ । ଇଞ୍ଜିନିୟରକୁ ବୃତ୍ତି କରିବା ସହ ନିଜର ଏକ କନସଲଟାନ୍ସୀ ଫାର୍ମ କରି ନିଜର ବୃତ୍ତିକୁ ଆଗେଇ ନେଉଛନ୍ତି । କର୍ମମୟ ଜୀବନ ଭିତରେ ନିଜ ସଉକୁ ଭୁଲି ସାରିଥିବା ବେଳେ 2015ରେ ନିଜ ଝିଅ ଦେଇଥିବା ଏକ ଉପହାର ତାଙ୍କ ସୁପ୍ତ ମନକୁ ପୁଣି ଥରେ ଗଣେଶଙ୍କ ମୂର୍ତ୍ତ ସଂଗ୍ରହ କରିବାକୁ ବଧ୍ୟ କରିଥିଲା । ସେବେଠାରୁ ଏପର୍ଯ୍ୟନ୍ତ 3 ହଜାରରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ସଂଗ୍ରହ କରିଥିବା ସେ କହିଛନ୍ତି । ଯେଉଁଥିରେ ରହିଛି ଚାରକୋଲ,ଧାନ,ତମ୍ବା,ପିତ୍ତଳ,ଟେରାକୋଟା,ବାଉଁଶ,କାଠ,କାଚ,ଲାଖ, ଘାସ ଆଦିର ଗଣେଶଙ୍କ ବିଭିନ୍ନ ପ୍ରକାରର ମୂର୍ତ୍ତି । ଯାହାକୁ ସେ କେଉଁ ପ୍ରଦର୍ଶନୀ,ପୂଜା,ମେଳା କିମ୍ବା ଦର୍ଶନୀୟ ସ୍ଥାନରୁ କିଣିଥାନ୍ତି।ନଚେତ କିଏ ତାଙ୍କୁ ଉପହାର ଦେଇଥାଏ । ଖାଲି ଏତିକି ନୁହେଁ ଗଣେଶ ଆଧାରିତ ଯେ କୌଣସି ଜିନିଷ ଯଥା ବିବାହ କାର୍ଡ,ଚାବି ରିଙ୍ଗ,ହାର,ପୋଷ୍ଟ କାର୍ଡ,ଫଟୋ,ପେପର କ୍ଲିପିଙ୍ଗ ଆଦି ମଧ୍ୟ ସଂଗ୍ରହ କରି ଘରେ ସାଇତିକି ରଖିଥିବା କହିଛନ୍ତି।

ABOUT THE AUTHOR

...view details