ଓଡିଶା

odisha

ETV Bharat / videos

ଚାଷୀଙ୍କୁ ହାତୀ ଭୟ: ଗୋଟିଏ ଦିନରେ ଉଜୁଡି ଯାଉଛି ବର୍ଷକର ରୋଜଗାର - elephant damages crops

By

Published : Jul 6, 2020, 12:27 PM IST

ଅନୁଗୋଳ: ଚାଷୀଙ୍କ ପାଇଁ ଏବେ ବୈରି ସାଜିଛି ହାତୀ । ଗୋଟିଏ ଦିନରେ ହାତୀପଲ ଉଜାଡ଼ି ଦେଉଛନ୍ତି ବର୍ଷକର ଫସଲ । ଯେଉଁ ଫସଲ ବିକି ଚାଷୀ ତାର ସଂସାର ଚଲାଇଥାନ୍ତା, ତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି ହାତୀ । ଏଭଳି ସ୍ଥିତି ଉପୁଜିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ବନ୍ତଳା ରେଞ୍ଜ ଅଞ୍ଚଳର ଅଧିକାଂଶ ଗାଁର ଚାଷୀଙ୍କୁ ମାଡିଆସୁଛି ହାତୀ ଭୟ । ଅନୁଗୋଳ ଜିଲାରେ ହାତୀ ଆତଙ୍କ । ହାତୀ ଏବେ ବୈରି ହୋଇ ଠିଆ ହୋଇଛି ଚାଷୀଙ୍କ ପାଇଁ । ସନ୍ଧ୍ୟା ହେଲେ ଜଙ୍ଗଲ ପାଖ ଗାଁ କ୍ଷେତରେ ହାତୀ ପଶି ବ୍ୟାପକ ଫସଲ କ୍ଷତି କରୁଛି । ଦଳ ଦଳ ହୋଇ ହାତୀ ପଲ ଜିଲ୍ଲାର ବନ୍ତଳା ରେଞ୍ଜ ଅଧୀନରେ ଥିବା ବାରଗୌଣିଆ , ତଳଗଡ, ମାଧପୁର , କନ୍ତମେଘ, ରଗୁଡ଼ିଆପଡା ଆଦି ଗାଁ ଲୋକଙ୍କ କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କ୍ଷେତରେ ଥିବା ଏକର ଏକର ଜମିର କାକୁଡି, ପୋଟଳ, ବାଇଗଣ, ଝୁଡଙ୍ଗ ଆଦି ପରିବା ଚାଷ ଉଜୁଡୁ ଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ABOUT THE AUTHOR

...view details