ଏଲିଡିରେ ସଜ୍ଜିତ ପୂର୍ବତଟ ରେଳବାଇ ମୁଖ୍ୟାଳୟର ଐତିହାସିକ ରେଳ ଇଞ୍ଜିନ - ପୂର୍ବତଟ ରେଳବାଇ ମୁଖ୍ୟାଳୟ
ଭୁବନେଶ୍ୱର: ପୂର୍ବତଟ ରେଳବାଇର ମୁଖ୍ୟାଳୟ ବିଲ୍ଡିଂ “ରେଳ ସଦନ” ଦୀପାବଳି ଉତ୍ସବରେ ଏଲଇଡି ଲାଇଟ୍ ସହିତ ଆଲୋକିତ ମାଳାରେ ଝଲସୁଛି। ରେଳ ସଦନ ସମ୍ମୁଖରେ ରଖାଯାଇଥିବା ଶତାବ୍ଦୀର ପୁରୁଣା ରେଳ ଇଞ୍ଜିନକୁ ମଧ୍ୟ ଏଲଇଡି ଲାଇଟ୍ ସହିତ ଆଲୋକିତ କରାଯାଇଛି। ଧୂଆଁ ବାହାରୁଥିବାର ଦୃଶ୍ୟ, ଇଞ୍ଜିନ, ଚକଗୁଡିକ ଗତି କରୁଥିବା ଏଲିଡି ଲାଇଟ ରେ ସଜ୍ଜିତ ହୋଇଛି। ଏହା ସହିତ ରେଳ ଇଞ୍ଜିନଟି ଯେଭଳି ଅତୀତର ସ୍ମରଣୀୟ ଭାବରେ ମନେହେଉଛି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ