କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ - East Coast railway faced mounting 500 crore losses for pandemic
ଭୁବନେଶ୍ବର: ଶୁଭୁନି ଟ୍ରେନର ଛୁକ୍ ଛୁକ୍ ଶବ୍ଦ । ଖାଁ ଖାଁ ପଡିଛି ଭୁବନେଶ୍ବର ରେଳ ଷ୍ଟେସନ। 6 ମାସ ତଳେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରେଳ ଷ୍ଟେସନକୁ ଏବେ ଗଡୁଛି ହାତଗଣତି କେତୋଟି ଟ୍ରେନ। କୋଭିଡ ମାଡରେ ଧରାଶାୟୀ ହୋଇପଡିଛି ଶତାବ୍ଦୀ, ଫାଲକାନମା, ପୁରୀ ହାୱଡା ଭଳି ଅନେକ ଟ୍ରେନ। ମାର୍ଚ୍ଚମାସରୁ ଆରମ୍ଭ ହୋଇଥିବା ଲକ୍ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମାର୍ଚ୍ଚ 23ରୁ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ମେ ଆରମ୍ଭରୁ କିଛି ଟ୍ରେନ ଚଳାଚଳ କରିଥିଲେ ବି ସ୍ଥିତି ସୁଧୁରିନି ।