ଓଡିଶା

odisha

ETV Bharat / videos

ରାଜ୍ୟରେ କମୁନି ନିଶା କାରବାର, ଚଳିତ ବର୍ଷ ଭାଙ୍ଗିଲା ପୂର୍ବ ବର୍ଷର ଜବତ ରେକର୍ଡ - odisha crime news

By

Published : Aug 28, 2020, 10:11 PM IST

ଭୁବନେଶ୍ବର: ରାଜ୍ୟରେ ଥମିବାରେ ନା ନେଉନି ନିଶା କାରବାର । କୋରୋନା ସମୟରେ ବି ଚାଲିଛି ଚୋରା ଚାଲାଣ। ନିଶା ମାଫିଆଙ୍କ ଉପରେ ପଡିନି କୋରୋନାର ପ୍ରଭାବ। ଗଞ୍ଜେଇଠୁ ଆରମ୍ଭ କରି ବ୍ରାଉନସୁଗାର ବେପାର, ଭିନ୍ନ ଭିନ୍ନ ଉପାୟରେ କାରବାର କରୁଛନ୍ତି ନିଶା ତସ୍କର। କେତେବେଳେ ବହି ଭିତରେ ତ କେତେବେଳେ ଗାଡିର ଷ୍ଟେପିନ୍‌ ଭିତରେ ଓ ପିଇବା ପାଣିଟାଙ୍କି ଗାଡିରେ ବି ଚୋରାଚାଲାଣ କରୁଛନ୍ତି ନିଶା ବେପାରୀ। ଏପଟେ ବେପାରୀଙ୍କ ଉପରେ ନଜର ରଖି ରେଡ କରୁଛନ୍ତି ପୋଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ। ରେକର୍ଡ ଅନୁସାରେ, ଚଳିତ ବର୍ଷ ଆରମ୍ଭରୁ ଏଯାବତ ରାଜ୍ୟରେ ଜବତ ହୋଇଛି 27 କେଜିର ବ୍ରାଉନ ସୁଗାର । ଯେଉଁଥିରୁ କେବଳ ଏକାକୀ ଏସଟିଏଫ ହାତରେ ଧରାପଡିଛି 20 କେଜି 736 ଗ୍ରାମ। ସେହିପରି ଏସଟିଏଫ 22ଟି କେସରେ 43ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନସୁଗାର 8 ବର୍ଷର ଜବତ ପରିମାଣର ରେକର୍ଡ ଭାଙ୍ଗିଛି ।

ABOUT THE AUTHOR

...view details