ଓଡିଶା

odisha

ETV Bharat / videos

ଅସରାଏ ବର୍ଷାରେ ବେହାଲ ରାଜଧାନୀ

By

Published : Jun 23, 2021, 1:19 PM IST

ଭୁବନେଶ୍ବର: ଅସରାଏ ବର୍ଷାରେ ରାଜଧାନୀ ସ୍ଥିତି ବେହାଲ । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଦୃଶ୍ଯ ସ୍ପଷ୍ଟ କରୁଛି ସାମାନ୍ୟ ବର୍ଷାରେ ଏଠାକାର ସ୍ଥିତି ସଙ୍ଗୀନ । ଏଠାରେ ଅଳ୍ପ ବର୍ଷା ହେଲେ ବି ପାଣି ଜମିଯାଏ । ଯାତାୟତ ବାଧାପ୍ରାପ୍ତ ସାଙ୍ଗକୁ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇ ଥିବା ଦେଖିବାକୁ ମିଳିଛି । ଦୀର୍ଘ 10 ବର୍ଷରୁ ଅଧିକ ହେବ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ଡ୍ରେନେଜ ଅବ୍ୟବସ୍ଥା କାରଣରୁ ଏପରି ପ୍ରତିବର୍ଷ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details