ଲକଡାଉନରେ ରିକ୍ସାରେ ପଡିଲା ଲକ୍, ଅସହାୟ ଦିବ୍ୟାଙ୍ଗ ରିକ୍ସା ଚାଳକ - ରିକ୍ସାଚାଳକ
ରାୟଗଡା: ଦୃଢମନୋବଳ, ଅଦମ୍ୟ ସାହସ ଆଗରେ ଦିନେ ହାର ମାନିଥିଲା ଦିବ୍ୟାଙ୍ଗତା । ହେଲେ ଆଜି ଲକ୍ଡାଉନ୍ ସାମ୍ନାରେ ନିଜକୁ ଅସହାୟ ମଣିଛନ୍ତି ରାୟଗଡାର ଦିବ୍ୟାଙ୍ଗ ରିକ୍ସା ଚାଳକ ଏସ ସତ୍ୟମ । ଗୋଟିଏ ହାତ ନଥିଲେ ବି ଦୀର୍ଘ 50 ବର୍ଷ ହେବ ରିକ୍ସା ଚାଳନାରେ ଦିନେ ରୋକ ଲଗାଇନଥିଲେ ସତ୍ୟମ । କିନ୍ତୁ ଏବେ ରିକ୍ସାରେ ଲକ୍ ପକାଇଦେଇଛି ଲକ୍ଡାଉନ୍ । ଫଳରେ ସାରା ଜୀବନ ସ୍ବାଭିମାନ ସହ ବଞ୍ଚିଥିବା 80 ବର୍ଷୀୟ ସତ୍ୟମଙ୍କର ନିଜ 5 ପ୍ରାଣୀ କୁଟୁମ୍ଭ ପୋଷିବା ଏବେ ଚିନ୍ତାର କାରଣ ପାଲଟିଛି ।