ଓଡିଶା

odisha

ETV Bharat / videos

ବିଜୟା ଦଶମୀରେ ବ୍ରହ୍ମପୁରର ପୁଜା ମଣ୍ଡପରେ ମା'ଙ୍କୁ ଦର୍ଶନ କଲେ ଭକ୍ତ

By

Published : Oct 15, 2021, 10:56 PM IST

ବ୍ରହ୍ମପୁର: ବିଜୟାଦଶମୀ ଅବସରରେ ବ୍ରହ୍ମପୁରର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ଦେବୀ ମା' ଦୁର୍ଗାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ନବରାତ୍ରି ପୂଜାର ଶେଷ ଦିବସରେ ସହରର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କୁ ଶେଷ ଦର୍ଶନ କରିବା ପାଇଁ ଭକ୍ତମାନେ କୋଭିଡ କଟକଣା ମଧ୍ୟରେ ରହି ନିଜ ସପରିବାର ସହ ମା'ଙ୍କୁ ଦର୍ଶନ କରିଥିଲେ । ଗତବର୍ଷ ଦର୍ଶନରୁ ବଞ୍ଚିତ ହେଉଥିବା ବ୍ରହ୍ମପୁର ସହରର ଅନେକ ବ୍ୟକ୍ତିବିଶେଷ ଚଳିତ ବର୍ଷ ମା'ଙ୍କୁ ପୂଜା ମଣ୍ଡପରେ ଦର୍ଶନ କରି ବେଶ ଖୁସି ଅନୁଭବ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ସହରର ORT ପୁଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ମା'ଙ୍କ ପୂଜା ମଣ୍ଡପ ନିକଟରୁ କମିଟିର କର୍ମକର୍ତ୍ତା ଓ ସହରବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details