ଓଡିଶା

odisha

By

Published : Jul 31, 2020, 12:50 PM IST

ETV Bharat / videos

କେନାଲରେ ପାଣି ଥାଇ ବି କ୍ଷେତକୁ ଆସୁନି ପାଣି, ଚିନ୍ତାରେ ଚାଷୀ

ଯାଜପୁର: କେନାଲରେ ପାଣି ଅଛି ହେଲେ ବିଲ ମୁଣ୍ଡରେ ପହଞ୍ଚିପାରୁନି ପାଣି । ସ୍ଥାନୀୟ ଦଶରଥପୁର ବ୍ଲକ କାଟିଆଠାରୁ ଦିହୁଡିସାହି ନାଲପୁର ପର୍ଯ୍ୟନ୍ତ ଯାଇଥିବା ୱାନ ଡି ୱାନ କେନାଲରେ ଦେଖା ଦେଇଛି ଏଭଳି ସମସ୍ୟା । ଏହି କେନାଲର ତେନ୍ତୁଳିଡିହ ନିକଟରେ କେତେକ ବ୍ୟକ୍ତି ଜୋର ଜବରଦସ୍ତ ପାଣିକୁ ଅଟକାଇ ଦେବା ଫଳରେ ତଳ ମୁଣ୍ଡକୁ ଆଦୌ ପାଣି ପହଞ୍ଚିପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ବିଲରେ ଜଳାଭାବ ଯୋଗୁଁ ହତାଶ ହୋଇପଡିଛନ୍ତି । ଏଭଳି ସମସ୍ୟା ଯୋଗୁଁ କୁଆଁଶପାଟ ଅଞ୍ଚଳରେ ଥିବା ଶହ ଶହ ଏକର ଚାଷ ଜମିରେ ପାଣି ପହଞ୍ଚିପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ କେନାଲକୁ ସଫା କରାଯାଇ ଜବରଦଖଲ ମୁକ୍ତି କରାଗଲେ ତଳ ମୁଣ୍ଡରେ ପାଣି ପହଞ୍ଚିପାରିବ ଏବଂ ଚାଷୀ ଉପକୃତ ହୋଇପାରିବେ । ଏଥିପ୍ରତି ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ABOUT THE AUTHOR

...view details