ନୀରବି ଗଲେ ରବି, କଟକରେ ପହଞ୍ଚିଲା ପାର୍ଥିବ ଶରୀର - ଅସ୍ତ ହୋଇଗଲେ ରବି ମିଶ୍ର
କଟକ: ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର। ମଙ୍ଗଳବାର ହୃଦଘାତର ମିଛିମିଛିକା ଅଭିନୟ କରୁଥିବା ଏହି ବର୍ଷିଆନ ଅଭିନେତା ଆଜି ସତସତିକା ହୃଦଘାତରେ ଆଖି ବୁଜିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ବରରୁ କଟକ ଆସିବାପରେ ଅନେକ କଳାକାର ଆସି ଶେଷ ଦର୍ଶନ କରିଛନ୍ତି। ଏହା ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଅଭିନେତା ଶ୍ରୀତମ ଦାସ କହିଛନ୍ତି। ଗୋପାଳ ରହସ୍ୟ ଧାରାବାହିକର ମୁଖ୍ୟ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଇଥିଲେ। ମଙ୍ଗଳବାର ସୁଟିଂ ସେଟରେ ହୃଦଘାତର ଅଭିନୟ କଲା ବେଳେ ସତରେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଉଭୟ ମଞ୍ଚ,ଚଳଚିତ୍ର ଓ ଟେଲି ସିରିଏଲରେ ସେ ଅଭିନୟ କରିଥିଲେ। କଟକରୁ ନାରାୟଣ ସାହୁ, ଇଟିଭି ଭାରତ