ଆସୁଛି ଅମ୍ଫାନ: କେନ୍ଦ୍ରାପଡାରେ 2 ଏନଡିଆରଫ ଓ ଓଡ୍ରାଫ୍ଟ ଟିମ - NDRF teams in kendrapada
କେନ୍ଦ୍ରାପଡା: ସାମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଗତକାଲି ଓଡ୍ରାଫ ଟିମ ଜିଲ୍ଲାରେ ଆସି ପହଁଚିଥିବା ବେଳେ ଆଜି ଏନଡିଆରଫର ଦୁଇଟି ଟିମ କେନ୍ଦ୍ରାପଡ଼ାରେ ପହଁଚିଛି। ପ୍ରତ୍ୟେକ ଟିମରେ 21ଜଣ ସଦସ୍ୟ ରହିଥିବା ବେଳେ ଆଲୋଚନା ପରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଯିବେ ଏହି ଟିମ। ତେବେ ଆଉ କଣ ରହିବ ଏନଡିଆରଫ ଟିମର କାର୍ଯ୍ୟକ୍ରମ ସେନେଇ ଏନଡିଆରଫ ଥାର୍ଡ ବ୍ୟାଟାଲିଆନ ଇନ୍ସପେକ୍ଟରଙ୍କ ସହିତ ଅଧିକ ଆଲୋଚନା..... କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ