ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆମରଣ ଅନଶନ କଲେ ସାମାଜିକ ସଙ୍ଗଠନ, ଶୁଣନ୍ତୁ କଣ ରହିଛି ଦାବି
କଟକ: ଦୁର୍ଗା ପୂଜା କଟକଣା ନେଇ ତେଜୁଛି ଅସନ୍ତୋଷ । ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ରାଜନୈତିକ ହଟ୍ଟଗୋଳ ଲାଗି ରହିଥିବାବେଳେ ଅନେକ ମହଲରେ ଆନ୍ଦୋଳନ ମୁଣ୍ଡ ଟେକିଛି । ବୁଧବାର କଟକର 10ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନ ସରକାରଙ୍କ 4 ଫୁଟ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତିକୁ ବିରୋଧ କରି ଆମରଣ ଅନଶନ ଆରମ୍ଭ କରିଛନ୍ତି । ଆସନ୍ତାକାଲି ମୂର୍ତ୍ତି ଉଚ୍ଚତା ମାମଲାରେ ପୁନଃ ନିଷ୍ପତ୍ତି ହେବାକୁ ଥିବାବେଳେ ସଙ୍ଗଠନର କର୍ମକର୍ତ୍ତା ଆମରଣ ଅନଶନ ଜରିଆରେ ଉଚ୍ଚତା ବୃଦ୍ଧି ସପକ୍ଷରେ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ଏବଂ କଟକ ମାଟିର ପୁଅ ମୁଖ୍ୟମନ୍ତ୍ରୀ କଟକବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଠିକ୍ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶାବାଦୀ ଅଛନ୍ତି । ଏହି ଅନଶନକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ...