ଓଡିଶା

odisha

ETV Bharat / videos

ଅଭିଶପ୍ତ ଚାଷଜମି, ଚାଷ କଲେ ମୃତ୍ୟୁ ସୁନିଶ୍ଚିତ! - ଅଜଣା କଥ

By

Published : Jul 14, 2020, 5:46 PM IST

ନବରଙ୍ଗପୁର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ବାସକୁ ଜାବୁଡି ଧରିଛି ମଣିଷ । ମୃତ୍ୟୁ ଭୟରେ ଗୋଚର ଭୂଇଁ ପାଲଟିଛି ଉର୍ବର ଚାଷ ଜମି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଅନ୍ଧବିଶ୍ବାସରେ ଅଭିଶପ୍ତ ଏହି ସୁନ୍ଦର ଚାଷଜମି । 50 ଡିସିମିଲ ଏହି ଜମିର ମାଲିକ ହେଉଛନ୍ତି ମକର ଅମନାତ୍ୟ । ନବରଙ୍ଗପୁର କୋଙ୍ଗ୍ରା ଗାଁର ରାସ୍ତା କଡରେ ରହିଛି ଏହି ଜମି । ଏଠାକୁ ଜଳସେଚନର ମଧ୍ୟ ରହିଛି ସୁବିଧା । କିନ୍ତୁ ବର୍ଷ ବର୍ଷ ଧରି ଏଠି ହୋଇନାହିଁ ଚାଷୀ । ବିଶ୍ବାସ ରହିଛି ଯେ, କାଳେ ଏଠି ଚାଷ କଲେ ପରିବାରର ଜଣଙ୍କ ମୁଣ୍ଡ ନିଏ ଏ ଜମି । ପୂର୍ବରୁ 4 ଜଣ ପିଢି ପରେ ପିଢି ଉତ୍ତରାଧିକାରୀ ଭାବେ ଜମି ମାଲିକ ମାନେ ଚାଷ କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଜମି ମାଲିକ ମକର ଅମନାତ୍ୟ କୁହନ୍ତି ଯେ, ଏହି ଜମି ପାଇଁ ତାଙ୍କ ଗୋସେଇଁ ବାପାଙ୍କ ଠାରୁ ଆରମ୍ଭ କରି ଜେଜେ ବାପା, ବାପା ଆଉ ତାଙ୍କ ବାପା ଚାଲିଯିବା ପରେ ମରଣ ଭୟରେ ସେ ଆଉ ଜମି ମାଡୁନାହାନ୍ତି । ଏପରିକି କିଛି ଗାଁ ଲୋକେ ଚାଷ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ସମ୍ପର୍କୀୟ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି । ଯାହାଫଳରେ ବିଗତ ଦୁଇ ଦଶନ୍ଧି ହେବ ଚାଷ ଜମି ମାଡୁ ନାହାନ୍ତି ନିଜେ ମକର ନାଁ ଗ୍ରାମବାସୀ ।

ABOUT THE AUTHOR

...view details