ଅଦିନିଆ ବର୍ଷାରେ ବୁଡ଼ିଲା ଫଳନ୍ତି ଧାନ - ଅଦିନିଆ ବର୍ଷାରେ ବୁଡ଼ିଲା ଫଳନ୍ତି ଧାନ
ବାଲେଶ୍ବର: ଅଦିନିଆ ବର୍ଷା ଯୋଗୁଁ କ୍ଷେତରେ ପଡିଥିବା ଧାନ ପାଣି ଭିତରେ ରହିଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ଚାଷ ଜମିରେ ଫଳନ୍ତି ଧାନ ବୁଡି ରହିଛି । ଓଦା ଧାନ ଚାଷୀମାନେ ପାଣିରୁ ଛାଣି ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି । ସୋର ବ୍ଲକର ବିଭିନ୍ନ ଅଞ୍ଚଳରେ ଏକର ଏକର ଚାଷ ଜମିରେ ପାଣି ଜମିଥିବାରୁ ଭବିଷ୍ୟତକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ