ଓଡିଶା

odisha

ETV Bharat / videos

ସାତକୋଶିଆ ଗଣ୍ଡରେ କୁମ୍ଭୀର ପ୍ରକଳ୍ପ; ସଫଳତା ନେଇ ପ୍ରଶ୍ନ କଲେ ବିଶେଷଜ୍ଞ, ମରିହଜି ଗଲେଣି ୮ ଶହ ଘଡିଆଳ - କୁମ୍ଭୀର ପ୍ରକଳ୍ପ

By

Published : Dec 10, 2020, 9:38 PM IST

ଅନୁଗୋଳ: ମହାନଦୀର ସାତକୋଶିଆ ଗଣ୍ଡରେ ହେବ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଛି ବୁଝାମଣା । ପ୍ରାଥମିକ ପର୍ଯ୍ୟାୟରେ ୫ଟି କୁମ୍ଭୀର ଗଣ୍ଡରେ ଛଡାଯାଇଛି। ନିକଟ ଭବିଷ୍ୟତରେ ଆଉ ୬ଟି କୁମ୍ଭୀର ଛାଡିବାକୁ ହୋଇଛି ନିଷ୍ପତ୍ତି। ତେବେ ଏହାର ସଫଳତାକୁ ନେଇ ପରିବେଶବିତ ଉଠାଇଛନ୍ତି ପ୍ରଶ୍ନବାଚୀ । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ମହାନଦୀର ସାତକୋଶିଆ ଗଣ୍ଡରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ । ଏହି ପ୍ରକୃତିକ ଆବାସସ୍ଥଳୀରେ କିଭଳି ପୁଣିଥରେ କୁମ୍ଭୀର ରହିବେ ସେନେଇ ଅଣ୍ଟା ଭିଡିଛି ବନବିଭାଗ । ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ପାଇଁ ନନ୍ଦନକାନନ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଛି।

ABOUT THE AUTHOR

...view details