ବଢିଲା ବ୍ଲାକ ଫଙ୍ଗସ ଚିନ୍ତା, ପରାମର୍ଶ ଦେଲେ ବିଶେଷଜ୍ଞ - covid19 press meet
ଭୁବନେଶ୍ବର: କୋରୋନା ସଚେତନତା ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ । ସାରା ଦେଶରେ ବର୍ତ୍ତମାନ କୋରୋନା ଭାଇରସ ପରେ ବ୍ଲାକ ଫଙ୍ଗସର ଭୟାବହତା ଦେଖିବାକୁ ମିଳିଛି । ଦିନକୁ ଦିନ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖାସକରି କୋରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି । ରୋଗପ୍ରତିରୋଧକ ଶକ୍ତି କମ ରହୁଥିବା ବ୍ୟକ୍ତିଙ୍କୁ ଫଙ୍ଗସ ଆକ୍ରାନ୍ତ ହେଉଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ବ୍ଲାକ ଫଙ୍ଗସର ଲକ୍ଷଣ ଓ ଏହାର ପ୍ରତିରୋଧ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ