କଟକଣା ଭିତରେ ବିଶ୍ୱକର୍ମା ପୂଜା, ଶ୍ରଦ୍ଧାଳୁ ଦୁଃଖୀ
ଭୁବନେଶ୍ବର: ବିଶ୍ୱ ନିଅନ୍ତା ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଜି ଜୟନ୍ତୀ। ବଢେଇ, ନିର୍ମାତା, କାରିଗରମାନେ ନିଜ ନିଜ କର୍ମସ୍ଥଳରେ ଏହି ଅବସରରେ ବିଶ୍ବକର୍ମାଙ୍କୁ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ପୁଣି ଶୁଦ୍ଧପୁତ କରି ଆଜିର ଦିନରେ ପୂଜା କରାଯାଏ । ରାଜ୍ୟର ଶିଳ୍ପ ପ୍ରଧାନ ଅଞ୍ଚଳ ଆଜି ଚଳଚଞ୍ଚଳ ହୋଇଥାଏ । କିନ୍ତୁ ଚଳିତ ଥର କୋଭିଡ ଯୋଗୁଁ ସବୁ ପାର୍ବଣ ଓ ପୂଜା ପଦ୍ଧତିରେ ଲାଗିଛି କଟକଣା। ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ପୂଜା କରିବାକୁ ମନସ୍ଥ କରିଥିଲେ ମଧ୍ୟ ସେଥିରେ ଏହି ପ୍ରତିବନ୍ଧକ ବାଧକ ସାଜିଛି। ଏପରି କି ଯାନ ବାହାନ ପୂଜା ପାଇଁ ଲୋକମାନେ ଭୁବନେଶ୍ୱର ସ୍ଥିତ ବିଶ୍ଵକର୍ମା ମନ୍ଦିର କୁ ଆସିଥିଲେ ମଧ୍ୟ ବାହାରେ ଫାଟକ ବନ୍ଦ ରହିବା ସହ ଫଳକ ଲଗାଇ ଆସିବାକୁ ବାରଣ କରାଯାଇଛି । ଏହା ଦେଖି ଦୁଃଖ ସମସ୍ତେ ପ୍ରକାଶ କରିଛନ୍ତି।