ବାଲୁକାକଳାରେ ବାର୍ତ୍ତା; ମାସ୍କ ପିନ୍ଧ, ସୁରକ୍ଷିତ ରୁହ
ପୁରୀ: ଦିନକୁ ଦିନ ଭୟଙ୍କର ହେଉଛି କୋଭିଡ ସଂକ୍ରମଣ । କୋଭିଡ ଗାଇଡ଼ ଲାଇନ ଠିକରେ ଲୋକମାନେ ପାଳନ କରୁନଥିବା ହେତୁ ଏଭଳି ଅବସ୍ଥା ହୋଇଥିବା କୁହାଯାଇଛି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯାହାକି ବୈଜ୍ଞାନିକ ମାନେ କହୁଛନ୍ତି ଲୋକମାନେ ଘରୁ ବାହାରିବା ବେଳେ ସଠିକ ଭାବେ ନାକ ଓ ପାଟିକୁ ଘୋଡାଇ ରଖିବା ପାଇଁ ଭଲରେ ମାସ୍କ ପିନ୍ଧିବା ଜରୁରୀ । ଏହା ଦ୍ବାରା 90 ପ୍ରତିଶତ ସଂକ୍ରମଣ ରୋକିହେବ । ତେବେ ସମସ୍ତେ ସଠିକ ଭାବେ ମାସ୍କ ପିନ୍ଧିବା ପାଇଁ ଅପିଲ କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକାକଳା କରି ଭଲ ଭାବେ ସଠିକ ଭାବେ ମାସ୍କ ପିନ୍ଧି କୋଭିଡ 19 ବିରୋଧରେ ସମସ୍ତେ ଲଢେଇ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି ।