ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ, ପୋତି ହୋଇପଡୁଛି ଡମଶାଳା ନାଳ - ଡମଶାଳା ନାଳ ପୁନଃରୁଦ୍ଧାରରେ ଦୁର୍ନୀତିର ଗନ୍ଧ
ଯାଜପୁର: ଖଣି ଖାଦାନରେ ଭରା ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳ । ଆଉ ଏହି ଖଣି ଉପତ୍ୟାକାର କାଳିଆପାଣି ଖଣି ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଡମଶାଳା ନାଳ । ଦିନେ ଏହି ନାଳ ପାଣି, ଲୋକଙ୍କ ପିଇବା ଠୁ ଆରମ୍ଭ କରି ନିତ୍ୟ ବ୍ୟବହାର ତଥା ଚାଷ କାମରେ ଉପଯୋଗ କରାଯାଉଥିଲା । ହେଲେ ଧିରେ ଧିରେ ଖଣିର ବର୍ଜ୍ୟ ବସ୍ତୁରେ ଏହା ବିଷାକ୍ତ ହେବା ସହ ପୋତି ହୋଇଯାଉଛି । ତେବେ 2018 ମସିହାରେ ଏହାର ପୁନଃରୁଦ୍ଧାର ନାଁରେ କେବଳ ନାଳ ଭିତରେ ଥିବା ମାଟି ଗୋଡି ଉଠାଇ ଦୁଇ କଡରେ ଢଳାଯାଇଥିଲା । ଯାହା ବର୍ଷା ପରେ ପୁଣି ନାଳରେ ଭର୍ତ୍ତି ହୋଇଯାଇଥିବା କୁହାଯାଉଛି । ସାରୁଆବିଲର ମହାଗିରି ପାହାଡରୁ ବାହାରି ଥିବା ଏହି ଡମଶାଳା ନାଳକୁ ପୁଣି ଥରେ ଲୋକଙ୍କ ଜଳଉତ୍ସ ସଜାଇବା ପାଇଁ 2018 ମସିହାରେ ସରକାର ଅଣ୍ଟା ଭିଡିଥିଲେ । 4 କୋଟି ଟଙ୍କାରେ ନାଳର ପୁନଃରୁଦ୍ଧାର ଓ ଉନ୍ନତିକରଣ କରାଯିବ ବୋଲି ଭିତ୍ତିପ୍ରସ୍ତର ମଧ୍ୟ ପଡିଛି ।