ମହାମାରୀ କୋରୋନାର ମାତ୍ରାଧିକ ଖବର ପ୍ରସାରଣ: ବିଗୁଡିଛି ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ - corona news effects on child's mental health
ଭୁବନେଶ୍ବର: ସମଗ୍ର ବିଶ୍ବରେ ମହାମାରୀ କୋରୋନାର ଭୟଙ୍କର ଆତଙ୍କ। ବିସ୍ଫୋରକ ରୂପ ନେଇ ମାଡି ଚାଲୁଛି କୋରୋନା ନାମକ ଭାଇରସ। ଯାହାର ମାତ୍ରାଧିକ ପ୍ରଭାବ ଶିଶୁଙ୍କ ଠାରେ ପଡୁଛି। ସଂକ୍ରମଣ ପାଇଁ ସ୍କୁଲ ବନ୍ଦ, ଟ୍ୟୁସନ ଯିବାକୁ ମନା ଏବଂ ସାଙ୍ଗସାଥୀଙ୍କ ସହ ଖେଳକୁଦ ଓ ମିଶିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି କୋରୋନା । ଏହାକୁ ନେଇ ମାନସିକ ସ୍ତରରେ ବିଗୁଡୁଛି ଛୋଟ ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟ । ସେପଟେ କୋରୋନାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଚର୍ଚ୍ଚା । ଗଣମାଧ୍ୟମରେ ଯେଉଁ ଭଳି ଭାବରେ କୋରୋନା ଖବର ପ୍ରସାରଣ କରାଯାଉଛି ସେହି ଅନୁଯାୟୀ ଛୋଟ ଛୋଟ ପିଲାମାନେ କୋରୋନା ବିଷୟରେ ଜାଣିନଥିଲେ ମଧ୍ୟ ଅନେକ ମାତ୍ରାରେ ଭୟଭୀତ ହୋଇପଡୁଛନ୍ତି । ପ୍ରକୃତରେ କଣ କେହି ବଞ୍ଚିବେ ନାହିଁ, ଏ ମହାମାରୀର ଅନ୍ତ ନାହିଁ ଏମିତି ଗୁଡାଏ ପ୍ରଶ୍ନ ପିଲାଙ୍କ ମନରେ ଭୟ ସଞ୍ଚାର କରିଛି ବୋଲି ଚାଇଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି । ଦୈନିକ କୋରୋନା ଖବର ପ୍ରସାରଣ, ଓ ଘରେ ଭିତରେ ବିଭିନ୍ନ କୋଭିଡ ସମ୍ପର୍କିତ ଆଲୋଚନା ପିଲାଙ୍କୁ ସାଙ୍ଘାତିକ ମାନସିକ ରୋଗରେ ପୀଡିତ ହେବାର ଆଶଙ୍କା ବଢାଇଛି ।