ଓଡିଶା

odisha

ETV Bharat / videos

ନାଲକୋରେ କୋରୋନା ସଂକ୍ରମଣ, ତିନି ପଞ୍ଚାୟତକୁ ସଟଡାଉନ କଲେ ସ୍ଥାନୀୟ ସରପଞ୍ଚ - corona in nalco anugul

By

Published : Jul 9, 2020, 4:02 PM IST

ଅନୁଗୋଳ: ଶିଳ୍ପ ସଂସ୍ଥା ପାଇଁ ପଞ୍ଚାୟତ ସଟଡାଉନ । ଅନୁଗୋଳ ଜିଲ୍ଲାରେ ତିନି ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ନିଜ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତା ସାତ ଦିନ ପାଇଁ ବନ୍ଦ ରହିବ ନାଲକୋ ପାଖକୁ ଲାଗିଥିବା ଏହି ତିନୋଟି ପଞ୍ଚାୟତ। ଅନୁଗୋଳ ଜିଲ୍ଲାର ନାଲକୋରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନଜରରେ ରଖି ଏହି କମ୍ପାନୀର ପାର୍ଶ୍ଵବର୍ତ୍ତୀ ତିନି ପଞ୍ଚାୟତ ନିଜ ନିଜ ଅଞ୍ଚଳକୁ ସଟଡାଉନ କରିଛନ୍ତି। ନାଲକୋ ପାର୍ଶ୍ଵବର୍ତ୍ତୀ କୁଲାଡ଼, କାଣ୍ଡସର ଓ ଗିରାଙ୍ଗ ପଞ୍ଚାୟତକୁ ଆସନ୍ତା 7 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଏଠାକାର ସରପଞ୍ଚମାନେ। ନିଜ ନିଜ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗୁରୁବାର ଠାରୁ ଏହି ଘୋଷଣାନାମା ଜାରି କରିଛନ୍ତି । ଫଳରେ ସମଗ୍ର ଅଞ୍ଚଳର ଦୋକାନ ବଜାର ସବୁ ବନ୍ଦ ରହିଛି। କେବଳ ଔଷଧ ଦୋକାନକୁ ଛାଡିଦେଲେ ସବୁ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ABOUT THE AUTHOR

...view details