ଓଡିଶା

odisha

ETV Bharat / videos

କୋରୋନା କଟକଣାରେ ବଢୁଛି ଅଟୋ ଭଡା, ଯାତ୍ରୀ ନିରାଶ - କୋରୋନା କଟକଣା

By

Published : Sep 28, 2020, 7:29 PM IST

ସମ୍ବଲପୁର: କୋରୋନା ପ୍ରଭାବରେ କିଏ ଅବା ପେଶି ନ ହେଉଛି । ଏହା ଯୋଗୁଁ କିଏ ଜୀବିକା ହରାଇଲାଣି ତ କିଏ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ତେବେ ଏହି ମହାମାରୀର ପ୍ରଭାବ ସିଧାସଳଖ ଅଟୋ ଚାଳକଙ୍କ ଜୀବନଜୀବିକା ଉପରେ ପଡିଛି । ଲକଡାଉନ ସମୟରେ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ, ଅଟୋ ଚାଳକଙ୍କ ଜୀବିକା ପୁରାପୁରି ଠପ ହୋଇଗଲା । କେତେକ ବର୍ଗର ଲୋକଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ ଅଟୋଚାଳକଙ୍କୁ କୌଣସି ସରକାରୀ ସହାୟତା ମିଳିଲା ନାହିଁ । ଏଭଳି ପରିସ୍ଥିତିରେ ଦୈନିକ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଅଟୋ ଚାଳକଙ୍କ ଆର୍ଥିକ ମେରୁଦଣ୍ଡ ପୁରାପୁରି ଭାଙ୍ଗିଗଲା ।

ABOUT THE AUTHOR

...view details