ଚିତ୍ରକଳାରେ କୋରୋନା ସଚେତନତା, ଜାତୀୟସ୍ତରରେ ପ୍ରଥମ ଓଡିଆ ଶିଳ୍ପୀ - ରାଜଧାନୀର ରାଜକିଶୋର ମହାରଣା
ଭୁବନେଶ୍ବର: ପାରିବାରିକ ବୃତ୍ତିରେ ଜଣେ ଚିତ୍ର ଶିଳ୍ପୀ ହେବା ସହ ଏହାକୁ ପେଶା କରି ଏକ ସୁନାମଧନ୍ୟ ବିଶ୍ବବିଦ୍ୟାଳୟରେ ମାଷ୍ଟର ଟ୍ରେନର ଭାବେ ପିଲାମାନଙ୍କୁ ଶିକ୍ଷାଦାନ କରନ୍ତି ରାଜଧାନୀର ରାଜ କିଶୋର ମହାରଣା । ହେଲେ କୋରୋନା ମହାମାରୀ ଯୋଗୁଁ ଦେଶ ତଥା ରାଜ୍ୟରେ କଟକଣା ଲାଗୁ ହେବା ସହ ଶିକ୍ଷାନୁଷ୍ଠାନ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି । ଏପରି ସ୍ଥିତିରେ କୋରୋନା ମହାମାରୀ ପ୍ରତି ଲୋକଙ୍କୁ ନିଜ କଳା ମାଧ୍ୟମରେ ସଚେତନ କରିବାକୁ ଆଗେଇ ଆସିଛନ୍ତି ରାଜକିଶୋର । ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ନଗର ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀ ସବୁବେଳେ କଲେଜ ଯାଇ ପିଲାମାନଙ୍କୁ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଲକଡାଉନ ଯୋଗୁଁ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଥିଲେ । ଆଉ ଏହି ସମୟର ଘଟଣାମାନଙ୍କୁ ନେଇ ନିଜ ରଙ୍ଗ ତୂଳୀ ସାହାଯ୍ୟରେ ସେ ଆଙ୍କି ଚାଲିଥିଲେ ସଚେତନ ବାର୍ତ୍ତା ବାହକ କାନଭାସ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଏହିପରି ଆହୁରି ଚିତ୍ର ଆଙ୍କିବାକୁ ପ୍ରେରଣା ଯୋଗାଇବା କହନ୍ତି ଶିଳ୍ପୀ ରାଜକିଶୋର ।